Nojoto: Largest Storytelling Platform

Best ଅଣୁଗଳ୍ପ Shayari, Status, Quotes, Stories

Find the Best ଅଣୁଗଳ୍ପ Shayari, Status, Quotes from top creators only on Nojoto App. Also find trending photos & videos about

  • 5 Followers
  • 11 Stories

koushik lenka

କିଛି କାହାଣୀ ଏମିତି ଛୋଟ ବଡ଼ କାରଣ ଖୋଜୁ ଖୋଜୁ କ୍ରମଶଃ ହେଇ ରହିଯାଏ........... #ଅଣୁଗଳ୍ପ #ଅଣୁଗଳ୍ପ_ପ୍ରେମ #ଅଭାବ #କରୋନା #ଲକ୍_ଡାଉନ୍ #Yqbhaina #yqodia #କ୍ରମଶଃ_

read more
"ସୀମା" ଆଉ "ସମରେଶ" ଖାଲି ଦୁଇଟି ନାଁ ନୁହେଁ ତତ୍ସହିତ ସ୍ୱୀକୃତି ପାଇନଥିବା ଗୋଟେ ପ୍ରେମ କାହାଣୀ।। ଅନେକ ଦିନପରେ ଦୁହେଁ ଦୁହିଁଙ୍କୁ ଭେଟୁଥିଲେ।।

ସୀମା:- ଲକ୍-ଡାଉନ୍ ରେ କେତେ ସିନେମା ଦେଖୁଛ କି ଆଉ ଆମ କାହାଣୀ ଆଗେଇବା ସମ୍ପର୍କରେ ଜମା ଭାବୁନ।
 ( ସମରେଶ ଏକଥା ଶୁଣି ଜାଣି ନ ଶୁଣିଲା ପରି ପକେଟ୍ ରୁ ମୋବାଇଲ ଖୋଲି ଦେଖିବାରେ ଲାଗିଲା )
ସୀମା:- ତମକୁ କ'ଣ ପଚାରୁଛି ଶୁଭୁନି କି! ମୋ କଥା ନ ଶୁଣି ମୋବାଇଲରେ କ'ଣ କରୁଛ, ଏତେ ଦିନ ପରେ ଦେଖାହେଲା ସେଥିରେ ତମର ଏତେ ବହପ।
 ( ସୀମା ଏଥର ସମରେଶ ଠାରୁ ହାତେ ଦୂରରୁ ଥିବା ଦୂରତା କୁ କମେଇ ଦେଇ ଲାଗି ହେଇ ବସିଲା )
ସମରେଶ:- କ'ଣ କହିବି ସୀମା! ଗୋଟିଏ ସିନେମା କୁ ନିଇତି ଦିନଯାକ ବସି ଦେଖୁଛି।
ସୀମା:- ଆଛା; ଏମିତି କ‌ଉ ସିନେମା ଦେଖୁଛ କହିଲ, ଯ‌ଉ ସିନେମା କୁ ଦିନଯାକ ପୁଣି ନିଇତି ଦେଖୁଛ। ଆଉ ଆମ କାହାଣୀ କଥା ଭୁଲି ଯାଉଛ।
( ସମରେଶ ଏଥର ସୀମା କଥା ଶୁଣି ଟିକେ ବଙ୍କିମ ଅଧରରେ ହସ ଖେଳାଇଦେଲା )
ସମରେଶ:- ସିନେମାର ନାଁ ଶୁଣିବାକୁ ଚାହୁଁଛ ନାଁ ତମେ! ତାହାଲେ ଶୁଣ "ଅଭାବ"।
 ( ସୀମା ଏଥର ବୁଝି ଯାଇଥିଲା ତା' ଅଧାଲେଖା କାହାଣୀ ର ସାରାଂଶ କୁ...... ) କିଛି କାହାଣୀ ଏମିତି ଛୋଟ ବଡ଼ କାରଣ ଖୋଜୁ ଖୋଜୁ କ୍ରମଶଃ ହେଇ ରହିଯାଏ...........
#ଅଣୁଗଳ୍ପ #ଅଣୁଗଳ୍ପ_ପ୍ରେମ
#ଅଭାବ #କରୋନା #ଲକ୍_ଡାଉନ୍
#yqbhaina  #yqodia   
    #କ୍ରମଶଃ_

Snigdharani Panda

ସୁପ୍ରଭାତ ଆସନ୍ତୁ ଲେଖିବା ଏକ " #ଅଣୁଗଳ୍ପ " ।। ମନେ ପକେଇବା ଏବଂ ମନେ ରଖିବା ସେଇ ସୁନ୍ଦର ମୁହୂର୍ତ୍ତ ମାନଙ୍କ କୋଳାହଳ କୁ।। ଶୁଭେଚ୍ଛା #Yqbhaina #yqodia #Collab #ବୋଉହାତତିଆରିମଣ୍ଡାପିଠା #YourQuoteAndMine Collaborating with YourQuote Bhaina

read more
ବୋଉର ହାତ ତିଆରି ମଣ୍ତା ପିଠା 
ମୋତେ ଭଲ ଲାଗେ। କିନ୍ତୁ ମୁଁ 
ସବୁବେଳେ ଗୋଟେ କି ୨ଟା 
ଖାଏ। କାରଣ ଯେକୌଣସି ଜିନିଷ 
ବେଶୀ ଖାଇଲେ ସେଇଟା ଆଉ 
ମୋତେ ଭଲ ଲାଗେନି। ମଣ୍ଡାପିଠାର ଚାହିଦା ଥାଏ ମାର୍ଗଶିର 
ମାସ ଗୁରୁବାର ଆଉ ସୁଦଶା ବ୍ରତରେ। ସେ ପିଠା କୁଆଡ଼େ ମାଆ ଲକ୍ଷ୍ମୀଙ୍କର ଭାରି ପ୍ରିୟ। ଆଉ ପିଲାଦିନେ ମୋ ଭାଇନାର ବି ବହୁତ ପ୍ରିୟ ଥିଲା। ବୋଉ ସବୁବେଳେ ସୁନ୍ଦର ସୁନ୍ଦର ଗୋଲ୍ ଗୋଲ୍ ମଣ୍ଡାପିଠା ତିଆରି କରେ।  ସୁପ୍ରଭାତ
ଆସନ୍ତୁ ଲେଖିବା ଏକ " #ଅଣୁଗଳ୍ପ " ।। ମନେ ପକେଇବା ଏବଂ ମନେ ରଖିବା ସେଇ ସୁନ୍ଦର ମୁହୂର୍ତ୍ତ ମାନଙ୍କ କୋଳାହଳ କୁ।। ଶୁଭେଚ୍ଛା 

#yqbhaina  #yqodia  #collab #ବୋଉହାତତିଆରିମଣ୍ଡାପିଠା #YourQuoteAndMine
Collaborating with YourQuote Bhaina

Krishnaa (Krishnaa)

ବନ୍ଧୁଗଣ ନେଇଆସିଲୁ ଏକ ନୂତନ collab challenge ନିରୁପମା ମହାରଣାଙ୍କ ଦତ୍ତ ଶୀର୍ଷକ "ଅସ୍ତଗାମୀ ସୂର୍ଯ୍ୟ" ରଚନା କରନ୍ତୁ ଏକ ମନଛୁଆଁ ଅଣୁଗଳ୍ପ ସମୟ ସୀମା ଆସନ୍ତା କାଲି 12 ଟା ପଯ୍ୟନ୍ତ Pic-pinterest #yqodiawriting #yqtales #ଅଣୁଗଳ୍ପ #ଅସ୍ତଗାମୀ_ସୂର୍ଯ୍ୟ #ujjwalataraka #YourQuoteAndMine #ଉଜ୍ୱଳତାରକା

read more
ଅସ୍ତଗାମୀ ସୂର୍ଯ୍ୟ 
ପ୍ରତୀଚୀର ପଣତରେ
ପଳାଶ ପ୍ରସୂନର 
ପାଣିଚିଆ ଛିଟାରେ
ଲାଲିମା ଭରିଦେଇ
ପ୍ରାଚୀକୋଳକୁ ଯାଏ
ପୁଣି ପାହାନ୍ତିଆରେ 
ପୀୟୂଷ ପୂର୍ଣ୍ଣ 
ପୁନର୍ଜନ୍ମ ପାଇଁ...   ବନ୍ଧୁଗଣ ନେଇଆସିଲୁ ଏକ ନୂତନ collab challenge  ନିରୁପମା ମହାରଣାଙ୍କ ଦତ୍ତ ଶୀର୍ଷକ "ଅସ୍ତଗାମୀ ସୂର୍ଯ୍ୟ" ରଚନା କରନ୍ତୁ ଏକ ମନଛୁଆଁ ଅଣୁଗଳ୍ପ ସମୟ ସୀମା ଆସନ୍ତା କାଲି 
12 ଟା ପଯ୍ୟନ୍ତ 
Pic-pinterest 
#yqodiawriting 
#yqtales 
#ଅଣୁଗଳ୍ପ 
#ଅସ୍ତଗାମୀ_ସୂର୍ଯ୍ୟ 
#ujjwalataraka

Subhasish Pradhan

//ମୋ ଗାଁ ରେ ସଞ୍ଜ// ଗୋଧୂଳି ସମୟ, ନଖିଆ ଗଉଡ଼ ଗାଈ ଗୋଠ ନେଇ ଆସିଲାଣି। ରାସ୍ତାରେ ତ ସବୁଦିନ ଭଳି ଗାଡ଼ି ମଟର ଯା ଆସ କରୁଥାଏ। ନଙ୍ଗଳା ଅସନା ପିଲାଗୁଡ଼ା ଦାଣ୍ଡରେ ଦଉଡ଼ା ଦଉଡ଼ି ହଉଥାନ୍ତି। ଟୁଙ୍ଗୁରି ଦୋକାନରେ ଭିଡ଼ ଆସ୍ତେ ଆସ୍ତେ ଜମୁଥାଏ। ଷୋଡ଼ଶୀ ଦି ଜଣ ପତଳା ଲୁଗା ପିନ୍ଧି ସଞ୍ଜସଳିତା ଧରି ଗାଁ ମୁଣ୍ଡ ଚଣ୍ଡୀବୁଢ଼ୀ ମନ୍ଦିରକୁ ଯାଉଥାନ୍ତି। ସାହୁ ଘର ଟୋକା ଘରକୁ ଆସିନି ବୋଧେ, ତା ବୋଉ ତାକୁ ସେଥିପାଇଁ ବକିକାଢିବାରେ ବ୍ୟସ୍ତ। ସନିଆ ଆଉ ବଗୁଲା ଭାଙ୍ଗ ଟେଳେ ଖାଇଦେଇ ଗପିବାରେ ବ୍ୟସ୍ତ। ଶିବ ମନ୍ଦିର ରୁ ତୁରୀ ଶବ୍ଦ ଶୁଭିଲା। ସଂକୀର୍ତ୍ତନ ଗୋଷ୍ଟି ଝାଞ୍ଜ ଖୋଳ ସହ ଭଗବତ ଘର ଭିତରେ ପଶିଲେଣି। ଦାସ ସା #odiastory #yqodia #Yqbhaina #ସଞ୍ଜନଇଁଗଲାପରେ #ଅଣୁଗଳ୍ପ #pinta_quote

read more
// ମୋ ଗାଁ ରେ ସଞ୍ଜ//

           ଛୋଟିଆ ଗପ ଟାଏ। //ମୋ ଗାଁ ରେ ସଞ୍ଜ//

ଗୋଧୂଳି ସମୟ,
ନଖିଆ ଗଉଡ଼ ଗାଈ ଗୋଠ ନେଇ ଆସିଲାଣି। ରାସ୍ତାରେ ତ ସବୁଦିନ ଭଳି ଗାଡ଼ି ମଟର ଯା ଆସ କରୁଥାଏ। ନଙ୍ଗଳା ଅସନା ପିଲାଗୁଡ଼ା ଦାଣ୍ଡରେ ଦଉଡ଼ା ଦଉଡ଼ି ହଉଥାନ୍ତି। ଟୁଙ୍ଗୁରି ଦୋକାନରେ ଭିଡ଼ ଆସ୍ତେ ଆସ୍ତେ ଜମୁଥାଏ। ଷୋଡ଼ଶୀ ଦି ଜଣ ପତଳା ଲୁଗା ପିନ୍ଧି ସଞ୍ଜସଳିତା ଧରି ଗାଁ ମୁଣ୍ଡ ଚଣ୍ଡୀବୁଢ଼ୀ ମନ୍ଦିରକୁ ଯାଉଥାନ୍ତି। ସାହୁ ଘର ଟୋକା ଘରକୁ ଆସିନି ବୋଧେ, ତା ବୋଉ ତାକୁ ସେଥିପାଇଁ ବକିକାଢିବାରେ ବ୍ୟସ୍ତ। ସନିଆ ଆଉ ବଗୁଲା ଭାଙ୍ଗ ଟେଳେ ଖାଇଦେଇ ଗପିବାରେ ବ୍ୟସ୍ତ। ଶିବ ମନ୍ଦିର ରୁ ତୁରୀ ଶବ୍ଦ ଶୁଭିଲା। ସଂକୀର୍ତ୍ତନ ଗୋଷ୍ଟି ଝାଞ୍ଜ ଖୋଳ ସହ ଭଗବତ ଘର ଭିତରେ ପଶିଲେଣି।  ଦାସ ସା

Subhasish Pradhan

(ଚଷମା) "ପ୍ରଥମ ଭାଗ"😔 ~~~~~~~~~~~ ଧନରେ........ ଦୁଇ ଦିନ ହେଲା ମୁଁ କିଛି ଦେଖିପାରୁନି ଠିକ ରେ। ସବୁ ଜାଲୁ ଜାଲୁ ଦିଶୁଛି ଆଖିକୁ। ନାତି ଟୋକା ହାତରୁ ମୋ ଚଷମାଟା ପଡ଼ିକି ଭାଙ୍ଗିଯାଇଛି। ଆଜି ଗୋଟାଏ ଆଣିଦିଅନ୍ତୁନି ? ହଁ ବୋଉ, ଅଫିସରେ ଆଜି ବହୁତ କାମ। ଫେରିଲାବେଳେ ଯଦି ମନେପଡ଼ ନିଶ୍ଚୟ ଆଣି ଦେବି। #odiastory #yqodia #Yqbhaina #ଅଣୁଗଳ୍ପ #pinta_quote

read more
ଚଷମା

           (ଦୁଇଟି ଅଣୁଗଳ୍ପ) (ଚଷମା)
"ପ୍ରଥମ ଭାଗ"😔
~~~~~~~~~~~
ଧନରେ........
ଦୁଇ ଦିନ ହେଲା ମୁଁ କିଛି ଦେଖିପାରୁନି ଠିକ ରେ। ସବୁ ଜାଲୁ ଜାଲୁ ଦିଶୁଛି ଆଖିକୁ। ନାତି ଟୋକା ହାତରୁ ମୋ ଚଷମାଟା ପଡ଼ିକି ଭାଙ୍ଗିଯାଇଛି। ଆଜି ଗୋଟାଏ ଆଣିଦିଅନ୍ତୁନି ?

ହଁ ବୋଉ, ଅଫିସରେ ଆଜି ବହୁତ କାମ। ଫେରିଲାବେଳେ ଯଦି ମନେପଡ଼ ନିଶ୍ଚୟ ଆଣି ଦେବି।

Jyotshna Rani Sahoo

#ଅଗ୍ନିଦାହ# ଆତ୍ମା ସଭିଙ୍କ ଥାଏ।ଆଉ ସଭିଙ୍କ ଆତ୍ମା କୌଣସି ନା କୌଣସି ପ୍ରିୟ ସମ୍ପର୍କ ଭିତରେ ଥାଏ। ନିଛାଟିଆ ଗାଁ ଭିତରେ ସେଇ ଜନ ଗହଳି ମଝିରେ ଥିଲା ନଡ଼ିଆ ଗଛ। ତା ପତର ଗୋଟେ ବି କେହି ନେଇ ପାରିବେ ନାହିଁ। ଶିବୁ ର ଜୀବନ ସିଏ।ଖୁବ୍ ଲୋଭ ଗଛକୁ ନେଇ।ହେଲେ ନଡ଼ିଆ ଗାଁ ଦେବୀ କୁ ଭୋଗଲାଗି ଦେବା ବେଳକୁ କୁଆଡ଼େ ଉଭେଇ ଯାଏ ଲୋଭ କେଜାଣି? ଗାଁ ରେ ଚହଳ ପଡ଼ିଲା।ସାଇ ଭାଇ ବସିଲେ।କହିଲେ ଶିବୁ ଟା ଚରିତ୍ରହୀନ ଟା।ସାରିଆ ଘରେ ପଶି ତା ଭାରିଜା ଉପରେ ଝାମ୍ପ ମାରିଲା ବୋଲି ପ୍ରଘଟ ହେଇଛି।ପୁଳାଏ ଇଜ୍ଜତ ର ମାଉଁଶ ଭିଣୀ ଆଣିଛି ଭୋକିଲା ଜନ୍ତୁ ଭଳିଆ।ସଭିଏ ଜାଣିଥିଲେ ସେ ଏମିତି କିଛି କରି ନଥିବ,କିନ୍ତୁ କହି ଚାଲିଲେ।ହ #yqodia #Yqbhaina #munodia #ଅଣୁଗଳ୍ପ

read more
ଅଗ୍ନି ଦାହ

( ଅଣୁଗଳ୍ପ ଟିଏ ଅନୁଶୀର୍ଷକ ରେ) #ଅଗ୍ନିଦାହ#
ଆତ୍ମା ସଭିଙ୍କ ଥାଏ।ଆଉ ସଭିଙ୍କ ଆତ୍ମା କୌଣସି ନା କୌଣସି ପ୍ରିୟ ସମ୍ପର୍କ ଭିତରେ ଥାଏ।
ନିଛାଟିଆ ଗାଁ ଭିତରେ ସେଇ ଜନ ଗହଳି ମଝିରେ ଥିଲା ନଡ଼ିଆ ଗଛ। ତା ପତର ଗୋଟେ ବି କେହି ନେଇ ପାରିବେ ନାହିଁ। ଶିବୁ ର ଜୀବନ ସିଏ।ଖୁବ୍ ଲୋଭ ଗଛକୁ ନେଇ।ହେଲେ ନଡ଼ିଆ ଗାଁ ଦେବୀ କୁ ଭୋଗଲାଗି ଦେବା ବେଳକୁ କୁଆଡ଼େ ଉଭେଇ ଯାଏ ଲୋଭ କେଜାଣି?
ଗାଁ ରେ ଚହଳ ପଡ଼ିଲା।ସାଇ ଭାଇ ବସିଲେ।କହିଲେ ଶିବୁ ଟା ଚରିତ୍ରହୀନ ଟା।ସାରିଆ ଘରେ ପଶି ତା ଭାରିଜା ଉପରେ ଝାମ୍ପ ମାରିଲା ବୋଲି ପ୍ରଘଟ ହେଇଛି।ପୁଳାଏ ଇଜ୍ଜତ ର ମାଉଁଶ ଭିଣୀ ଆଣିଛି ଭୋକିଲା ଜନ୍ତୁ ଭଳିଆ।ସଭିଏ ଜାଣିଥିଲେ ସେ ଏମିତି କିଛି କରି ନଥିବ,କିନ୍ତୁ କହି ଚାଲିଲେ।ହ

Jyotshna Rani Sahoo

କିଏ ସ୍ୱପ୍ନର ଘର ତୋଳେ ଆଉ କାହା ପାଇଁ ଘର ତୋଳିବା ହେଇଯାଏ ଏକ ସ୍ବପ୍ନ।ପୁଅ ଝିଅ ବଡ଼ ହେଇ ସାହାଣୀ ବାବୁଙ୍କ ସାହାରା ହେଇ ପାରି ଥାଆନ୍ତେ। ଏତେ ବେଶୀ ନିଷ୍ଠୁର ନ ଥିଲା ତାଙ୍କ ଭାଗ୍ୟ।ଝିଅ କହୁଥିଲା ,"ବାପା ବୋଉ ଦୁହେଁ ଆମ ଘରେ ଆସି ରହିଯାଆ।ଏଠି ଏତେବଡ଼ ଘର।ତୁମ ଜ୍ବାଇଁ ବି କୁହନ୍ତି ମୁଁ କଣ ତାଙ୍କ ଆଉ ଗୋଟେ ପୁଅ ନୁହଁ?ଆମକୁ କାଇଁ ପର ଭାବୁଛନ୍ତି?ଆଉ ଝିଅର ତ ଅଜା ଆଈ ବୋଲିଲେ ଜୀବନ।ତମର କିଛି ଅସୁବିଧା ହବ ନାହିଁ।" ହେଲେ ବାଧକ ସମାଜ ନୁହଁ।ଝିଅ ଘରେ ରହିବା ପାଇଁ କାହିଁକି ଆତ୍ମ ସମ୍ମାନ ବାଧା ଦିଏ କେଜାଣି?ଝିଅଘର ଠୁ ଦାଣ୍ଡ ବେଶୀ ପ୍ରିୟ।ଝିଅଘର ପାଣି ଗଳିବା ପାଇଁ ଗଳାରେ କଣା ନ ଥାଏ।ତା ଛଡ଼ା ପୁଅ ବି କ #yqodia #Yqbhaina #ଅଣୁଗଳ୍ପ

read more
॥ ଆଁ॥


(A small story in caption) କିଏ ସ୍ୱପ୍ନର ଘର ତୋଳେ ଆଉ କାହା ପାଇଁ ଘର ତୋଳିବା ହେଇଯାଏ ଏକ ସ୍ବପ୍ନ।ପୁଅ ଝିଅ ବଡ଼ ହେଇ ସାହାଣୀ ବାବୁଙ୍କ ସାହାରା ହେଇ ପାରି ଥାଆନ୍ତେ। ଏତେ ବେଶୀ ନିଷ୍ଠୁର ନ ଥିଲା ତାଙ୍କ ଭାଗ୍ୟ।ଝିଅ କହୁଥିଲା ,"ବାପା ବୋଉ ଦୁହେଁ ଆମ ଘରେ ଆସି ରହିଯାଆ।ଏଠି ଏତେବଡ଼ ଘର।ତୁମ ଜ୍ବାଇଁ ବି କୁହନ୍ତି ମୁଁ କଣ ତାଙ୍କ ଆଉ ଗୋଟେ ପୁଅ ନୁହଁ?ଆମକୁ କାଇଁ ପର ଭାବୁଛନ୍ତି?ଆଉ ଝିଅର ତ ଅଜା ଆଈ ବୋଲିଲେ ଜୀବନ।ତମର କିଛି ଅସୁବିଧା ହବ ନାହିଁ।"
ହେଲେ ବାଧକ ସମାଜ ନୁହଁ।ଝିଅ ଘରେ ରହିବା ପାଇଁ କାହିଁକି ଆତ୍ମ ସମ୍ମାନ ବାଧା ଦିଏ କେଜାଣି?ଝିଅଘର ଠୁ ଦାଣ୍ଡ ବେଶୀ ପ୍ରିୟ।ଝିଅଘର ପାଣି ଗଳିବା ପାଇଁ ଗଳାରେ କଣା ନ ଥାଏ।ତା ଛଡ଼ା ପୁଅ ବି କ

Jyotshna Rani Sahoo

ଫଟା ଏଡୀ ଗୋଡ଼ ଠୁ ମୁଣ୍ଡ ଯାଏଁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା ହୁଏ ଝିଅ ଟିର।ଫଟା ଏଡି ନୁହଁ ତ ଯେମିତି ଫଟା ଭାଗ୍ୟ।ଭାଗ୍ୟ ରେଖା କେତେ ସିଧା କେତେ ବଙ୍କା ତାର ମାପ ଚୁପ କରି ଲୋକେ ନିଜ ଜ୍ୟୋତିଷ ଶାସ୍ତ୍ର କଳାର ପ୍ରମାଣ ଦିଅନ୍ତି ମାତ୍ର।କିନ୍ତୁ ତାର ଜୀବନର ପ୍ରସ୍ତୁତ ଦୁଃଖ କୁ ଭାଗ୍ୟର ବକ୍ର ରେଖା ର ନାମ ଦିଆ ଯାଏ।ହେଲେ ଜୀବନ ତ ନିଜେ କେବେ ସରଳ ରେଖା ରେ ଗତି କରେ ନାହିଁ,ଯଦି କେବେ କଲା ତେବେ ନିଶ୍ଚୟ ଛଳନା। ଏଡି ରେ ଫାଟ ସୃଷ୍ଟି ର ରହସ୍ୟ ଉନ୍ମୋଚନ କରିବା ବିଧି ସମ୍ମତ ନୁହଁ।କିନ୍ତୁ ସୁକୋମଳ ପଦ ଦ୍ବୟ ହିଁ ପ୍ରଯୁଜ୍ୟ। ନାମ ହିସାବ ରେ କେବେ ବାସ୍ତବରେ ଜୀବନ କାହାଣୀ ହୁଏ ନାହିଁ।ରାଣୀ ର ନ #yqodia #munodia #ଅଣୁଗଳ୍ପ

read more
ଫଟା ଏଡି

(ଅନୁଶୀର୍ଷକ ରେ ପଢ଼ନ୍ତୁ କାହାଣୀ ଟି) ଫଟା ଏଡୀ

ଗୋଡ଼ ଠୁ ମୁଣ୍ଡ ଯାଏଁ ତନ୍ନ ତନ୍ନ କରି  ପରୀକ୍ଷା ନିରୀକ୍ଷା ହୁଏ ଝିଅ ଟିର।ଫଟା ଏଡି ନୁହଁ ତ ଯେମିତି ଫଟା ଭାଗ୍ୟ।ଭାଗ୍ୟ ରେଖା କେତେ ସିଧା କେତେ ବଙ୍କା ତାର ମାପ ଚୁପ କରି ଲୋକେ ନିଜ ଜ୍ୟୋତିଷ ଶାସ୍ତ୍ର କଳାର  ପ୍ରମାଣ ଦିଅନ୍ତି ମାତ୍ର।କିନ୍ତୁ ତାର ଜୀବନର  ପ୍ରସ୍ତୁତ ଦୁଃଖ କୁ ଭାଗ୍ୟର ବକ୍ର ରେଖା ର ନାମ ଦିଆ ଯାଏ।ହେଲେ ଜୀବନ ତ ନିଜେ କେବେ ସରଳ ରେଖା ରେ ଗତି କରେ ନାହିଁ,ଯଦି କେବେ କଲା ତେବେ ନିଶ୍ଚୟ ଛଳନା।
 ଏଡି ରେ ଫାଟ ସୃଷ୍ଟି ର ରହସ୍ୟ ଉନ୍ମୋଚନ କରିବା ବିଧି ସମ୍ମତ ନୁହଁ।କିନ୍ତୁ ସୁକୋମଳ ପଦ ଦ୍ବୟ ହିଁ ପ୍ରଯୁଜ୍ୟ।

ନାମ ହିସାବ ରେ କେବେ ବାସ୍ତବରେ ଜୀବନ କାହାଣୀ ହୁଏ ନାହିଁ।ରାଣୀ ର ନ

Jyotshna Rani Sahoo

ରୁମି କୁ ଭଲ ଲାଗେ ନାହିଁ ତାକୁ ନ ଦେଖିଲେ।ଝରକା ଦେଇ ପବନ ଆସୁ କି ନ ଆସୁ, ସୁରୂଜ କିରଣ ବି ନ ବିଞ୍ଚୁ କିନ୍ତୁ ଭାସି ଆସେ ଫଡ଼ ଫଡ଼ ଶବ୍ଦ ଧସେଇ ହେଇ। ରୁମି ର ଦିନ ଆରମ୍ଭ ହୁଏ ସେଇ ଶବ୍ଦରେ।ନା ସେ ପୋଷା ନୁହଁ କିନ୍ତୁ ନିଜ ହୃଦୟ ପୋଷା ମାନିଥାଏ ରୁମି ର ଭଲ ପାଇବା ସାମ୍ନାରେ।ସମସ୍ତେ କହି ପାରନ୍ତି ଭୋକ ଦାଉ କିମ୍ବା ଖାଇବା ଲୋଭ କିନ୍ତୁ ସେ ପାରା ର ପର ର ଶବ୍ଦ ନ ଶୁଣିଲେ ରୁମି ର ବୋଧେ ହୃଦୟ ସ୍ପନ୍ଦନ ଆଉ ଶୁଭିବ ନାହିଁ। ଆଖିରୁ ନିଦ ଲିଭି ଆସିଲା ପରେ ବି ଜାଣି ଜାଣି ଆଖିପତା ଦୁଇଟି ମୁଜୀ ଥାଏ ରୁମି।ତାକୁ ଶୁଭି ନାହିଁ କିଛି ଶବ୍ଦ। ମନେ ମନେ ବହୁତ୍ ଅଭିମାନ।ଆସୁ ସିଏ ଆଜି କାଟି ଦେବି ଆମ ସମ୍ପର୍କର ଡେଣା। #yqodia #ପକ୍ଷୀ #munodia #ଅଣୁଗଳ୍ପ

read more
( ପ୍ରିୟର ସାଥୀ)

Be alert and save birds

(କ୍ଷୁଦ୍ର ଗଳ୍ପ) ରୁମି କୁ ଭଲ ଲାଗେ ନାହିଁ ତାକୁ ନ ଦେଖିଲେ।ଝରକା ଦେଇ ପବନ ଆସୁ କି ନ ଆସୁ, ସୁରୂଜ କିରଣ ବି ନ ବିଞ୍ଚୁ କିନ୍ତୁ ଭାସି ଆସେ ଫଡ଼ ଫଡ଼ ଶବ୍ଦ ଧସେଇ ହେଇ। ରୁମି ର ଦିନ ଆରମ୍ଭ ହୁଏ ସେଇ ଶବ୍ଦରେ।ନା ସେ ପୋଷା ନୁହଁ କିନ୍ତୁ ନିଜ ହୃଦୟ ପୋଷା ମାନିଥାଏ ରୁମି ର ଭଲ ପାଇବା ସାମ୍ନାରେ।ସମସ୍ତେ କହି ପାରନ୍ତି ଭୋକ ଦାଉ କିମ୍ବା ଖାଇବା ଲୋଭ କିନ୍ତୁ ସେ ପାରା ର ପର ର ଶବ୍ଦ ନ ଶୁଣିଲେ ରୁମି ର ବୋଧେ ହୃଦୟ ସ୍ପନ୍ଦନ ଆଉ ଶୁଭିବ ନାହିଁ।


ଆଖିରୁ ନିଦ ଲିଭି ଆସିଲା ପରେ ବି ଜାଣି ଜାଣି ଆଖିପତା ଦୁଇଟି ମୁଜୀ ଥାଏ ରୁମି।ତାକୁ ଶୁଭି ନାହିଁ କିଛି ଶବ୍ଦ। ମନେ ମନେ ବହୁତ୍ ଅଭିମାନ।ଆସୁ ସିଏ ଆଜି କାଟି ଦେବି ଆମ ସମ୍ପର୍କର ଡେଣା।

Jyotshna Rani Sahoo

#yqodia#munodialove#prema#ଅଣୁଗଳ୍ପ

read more
ପ୍ରେମ କୁ ଚିହ୍ନିବା ଆଗରୁ ଯଦି ପ୍ରେମ ଆଉ ପାଖରେ ନ ଥାଏ ତାହେଲେ ପ୍ରେମ ରୂପାନ୍ତରିତ ହୋଇଯାଏ ଯନ୍ତ୍ରଣାରେ।ରିତିକ୍ କେବେ ଆହାନା କୁ ଭିନ୍ନ ଦୃଷ୍ଟିରେ ଚାହିଁ ନ ଥିଲା। ଏକା ସାଙ୍ଗରେ ପଢ଼ିବା ଖାଇବା ଆଉ ଖେଳିବା ସବୁ ହୁଏ।ହେଲେ କେଜାଣି ପ୍ରେମ କେମିତି ଅନୁଭବ ହେଇ ନ ଥିଲା?।ବୋଧେ କଟକଣା ପ୍ରେମକୁ ହୃଦୟ ସହିତ ପରିଚିତ କରେଇ ଥାଏ।ଆହାନା ର ବାପା ତାର ଦ୍ଵାଦଶ ସରିଲା ପରେ ସାଙ୍ଗରେ ନେଇଗଲେ ଅନ୍ୟ ସହର।ରିତିକ୍ ଘରେ ଭଡ଼ା ରହି ପାଠ ପଢୁଥିବା ଝିଅ ଯେ ତାର ହୃଦୟର ସବୁ ଡିହ ଅଧିଗ୍ରହଣ କରି ଶକ୍ତ କୋଠା ତିଆରି କରିଦେବ କିଏ ବା ଜାଣିଥିଲା।

ଆହାନା ମନ କଥା ଜାଣିବାଠୁ ବେଶୀ ଜରୁରୀ ଥିଲା ତା ପାଇଁ ନିଜ ମନ କଥା ଲୁଚେଇବା।ଗୋଟେ ମାସରେ ଥରେ ଅଧେ କଥା ହେଲା ଭିତରେ ପ୍ରତି ମୁହୂର୍ତ୍ତରେ ବଞ୍ଚେ ତା ସାଙ୍ଗେ। ଫୋନ ଟିକୁ କାଢ଼ି ତା ଫଟୋଟିକୁ ନିରୀକ୍ଷଣ କରୁ କରୁ ଏକ ସିଦ୍ଧାନ୍ତ ରେ ଉପନୀତ ହେଇଗଲା ରିତିକ୍।ସବୁଦିନ ଖୋଜୁଥିବା ଝିଅଟି ତାକୁ କେବେ ଭଲ ପାଇନାହିଁ।ବାପା ସାଙ୍ଗରେ ଯାଉଥିଲା ବେଳେ ସମ୍ପୂର୍ଣ୍ଣ ପରିବାର ଦୁର୍ଘଟଣାର ଶିକାର ହେଲା ପରେ ରିତିକ୍ କେବଳ ଦୋଷୀ ସଜାଏ ଆହାନା କୁ। ମାସକୁ ଥରେ ସେଇ ନମ୍ୱର୍ ରେ କଲ୍ କରେ ଆଉ ଜୀବନ୍ତ ରଖେ ଅସମ୍ପୂର୍ଣ୍ଣ ଭିତରେ ପୂର୍ଣ୍ଣତା ପାଇଥିବା ପ୍ରେମ କାହାଣୀ କୁ। #yqodia#munodia#love#prema#ଅଣୁଗଳ୍ପ
loader
Home
Explore
Events
Notification
Profile