Find the Best yqodia Shayari, Status, Quotes from top creators only on Nojoto App. Also find trending photos & videos about
Sunita Patel
ଅଗଣିତ ସତକୁ ମିଛ ଓ ମିଛକୁ ସତ ହେବା ଦେଖିଛି ...... ମୁଁ ଗୀତା ଉପରେ ହାତ ରଖିଲା ପରେ ବି ମିଛକୁ ମିଛ କହିବା ଦେଖିଛି ....... ମୁଁ। ମୋ ଉପରେ ଛିଡ଼ା ହୋଇଥିବା ବ୍ୟକ୍ତି ହୃଦୟ ବିଦାରକ ପ୍ରଶ୍ନର ଉତ୍ତର ଦିଏ ତା ଲୁହ ନୟନ ବନ୍ଧ ଭାଙ୍ଗି ମୋତେ ଭିଜାଇ ଦିଏ । ନା ନୀଳ ସମୁଦ୍ର ନା ମୁଁ ନୀଳ ଆକାଶ ଦେଖିଛି ସେଇ ଆବଦ୍ଧ କୋଠରୀ ଭିତରେ ରହି ସମୁଦ୍ରରୁ ଗଭୀର..... ଅସୀମିତ ଆକାଶକୁ ବାନ୍ଧି ପାରୁଥିବା ଦୁଃଖ ଶୁଣିଛି। ନିଜ ସମ୍ମାନ ଫେରି ପାଇବା ପାଇଁ ଆଜୀବନ ଲଢେଇ ଦେଖିଛି, ଲଢେଇ ଜିତିବା ଆଶାରେ ଶରୀରରୁ ଶେଷ ନିଶ୍ବାସ ଧୀରେ ଧୀରେ ବହୁ କଷ୍ଟରେ ଚାଲିଯିବାର ଖବର ଶୁଣିଛି। ମୁଁ ସେଇ କାଠଗଡା ଯିଏ ଜିତିବା ହାରିବା ଖେଳରେ ଜିତୁ ଅବା ହାରୁ ଆଜୀବନ ଅଶ୍ରୁ ରେ ଭିଜୁଛି, ପିଞ୍ଜରା ନୁହେଁ ମୁଁ ତଥାପି ଅଗଣିତ ମାନ ସମ୍ମାନଗୁଡ଼ିକୁ ମୁଁ ମୋ ଭିତରେ ଅଣନିଃଶ୍ବାସୀ ହେବାର ଅନୁଭବ କରିଛି। #କାଠଗଡା #yqbhaina #yqodia #odiapoetry Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub ©Sunita Patel #Chess
Rajeswari Rath
ପରିବାର ମୋ ମତରେ ଯେ କୌଣସି ସମ୍ପର୍କ ହେଉ ବା ବିଶେଷ ଭାବରେ ଗୋଟେ ପରିବାର ବାସନ ଷ୍ଟାଣ୍ଡ ର ବାସନ ଭଳି ରହିବା ଉଚିତ୍।କାରଣ ବାସନ ଷ୍ଟାଣ୍ଡ ରେ ଗୋଟିଏ ବାସନ ଥିଲେ କେବେ ଶବ୍ଦ ହୁଏ ନାହିଁ,କିନ୍ତୁ ଯେତେବେଳେ ଦୁଇ ବା ତତୋଧିକ ବାସନ ଏକତ୍ରିତ ହୋଇ ଥାଏ ବହୁତ୍ ଶବ୍ଦ ହୋଇଥାଏ, ଅର୍ଥାତ୍ ଆମେ ଗୋଟେ ଘରେ ବା ଗୋଟେ ସମ୍ପର୍କ ରେ ଯେତେବେଳେ ବାନ୍ଧି ହେଉ ଝଗଡ଼ା ହୁଏ,ମା ପୁଅ ଝିଅ ସ୍ବାମୀ ସ୍ତ୍ରୀ ଇତ୍ୟାଦି ସମ୍ପର୍କରେ କିଛି କିଛି ଛୋଟ ଝଗଡ଼ା ବା ଋଷା ୠଷି ଚାଲି ଥାଏ,ହେଲେ ସେ କଥା କୁ ଭୁଲି ଯାଇ ପୁଣି ଏକତ୍ରିତ ହୋଇ ରହିବା ଆମେ,ଯେମିତି ବାସନ ଷ୍ଟାଣ୍ଡ ରେ ଆମେ ବାସନ ରଖିଲା ସମୟରେ ଆମେ ସାନ ବଡ ବଡ ବାସନକୁ ମିଶେଇ ରଖି ଥା
Rajeswari Rath
ପ୍ରଥମ ଜନ୍ମ ବାର୍ଷିକର ଚିଠି ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ। ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା। ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସିର ଲୁହ ଝରି ପଡୁଥିଲା, ମୁଁ ପଚାରିଲି ଯେତେବେଳ କହିଲେ ଆଜି ଝିଅର ଜନ୍ମ କଥା ମନେ ପଡ଼ି ଯାଉଛି। ଯେତେବଳେ ତମେ operation room କୁ ଗଲ ମୁଁ କଥା କହି ପାରୁ ନ ଥିଲି।ପୁଣି ସେତେବେଳେ ଏତେ ଜୋର୍ ରେ ବର୍ଷା, ମୁ ଭାବିଲି ଏବେ ତ ଏତେ ଖରା ଥିଲା ବର୍ଷା କଣ ଏତେ ଯୋର୍ ରେ ହେଉଛି,ତାପରେ ଶୁଣିଲି ଝିଅ ହେଇଛି ମୋର ମୋ ଆଖିରୁ ଖୁସିର ଲୁହ ଝରି ଗଲା। ମାଆ ମାହେଶ୍ୱରୀ ଙ୍କୁ ଧନ୍ୟବାଦ୍ ଜଣାଇଲି,ତାପରେ କିଛି ସମୟ ପରେ ମୁଁ ମୋ ଝିଅ କୁ ଦେଖିଲି,ସେହି ଖୁସି କୁ ମୁଁ ବର୍ଣ୍ଣନା କରିପାରିବି ନାହିଁ।ଯେତେବେଳେ ତମର operation ସରିଲା ତୁମେ ମତେ ପଚାରିଲ ଆମ ଝିଅକୁ ଦେଖିଲ କେମିତି ହେଇଚି ସେତେବେଳେ ମୁଁ ଭାବବିହ୍ବଳ ହୋଇଗଲି,ସତରେ ଆଜି ମତେ ମନେ ପଡ଼ି ଯାଉଛି ସେହି କଥା। ବାପା ମା ହେବାର ଖୁସି ପାଇଲୁ ଆମ ଧନ ପାଇଁ। ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା, ଭଗବାନ ତୋ ସାଥିରେ ସର୍ବଦା ରହି ଥାଆନ୍ତୁ,ସବୁ ବେଳେ ଖୁସିରେ ରହ,ତୋ ବାପା ମା ର ତୁ ଜୀବନ,ଆମେ ଦୁହେଁ ତତେ ବହୁତ୍ ଭଲ ପାଉ,ଏଇ ସ୍ମୃତି ତୋ ପାଇଁ,ତୋ ବାପା ମା ର ଭଲ ପାଇବା ତୋ ପ୍ରତି କେତେ ଅଛି ଶବ୍ଦରେ କହି ହେବ ନାହିଁ।
Rajeswari Rath
ଜୀବନରେ କେବେ ମଧ୍ୟ କାହାଠାରୁ ଅଧିକ ଆଶା ରଖିବା ଅନୁଚିତ୍। ଯେତେବେଳେ ସେହି ଇଚ୍ଛା ବା ଆଶା ପୂରଣ ହୁଏ ନାହିଁ ସେତେବେଳେ ଅଧିକ କଷ୍ଟ ଲାଗେ। #yqodia #yqodiapoetry #yqodiabhaina #yqodiawriting #yqodiaquotes
Rajeswari Rath
ଆମେ ନିଜର ବାପା ମା ଭାଇ ଭଉଣୀ କଥାକୁ ଅତି ସହଜରେ ସହି ଯାଉଛୁ କିନ୍ତୁ ନିଜ ଶାଶୁ ଶ୍ୱଶୁର ର କଥାକୁ ସହି ନ ପାରି ଘରେ ଝଗଡ଼ା କରିଥାଉ। ଜୀବନର ପାଠ #yqodiapoetry #yqodia #yqodiabhaina #yqodiatale
Rajeswari Rath
ବେଳେ ବେଳେ ମଣିଷକୁ ଆମେ ଠିକ୍ ରେ ଚିହ୍ନିବାରେ ଅସଫଳ ହୋଇଥାଉ। ତାକୁ ଭୂଲ୍ ବୁଝିଥାଉ।ସତ କଥା କହିଲେ ମଧ୍ଯ ବିଶ୍ବାସ ନ କରି ନିଜ ଠାରୁ ଦୂରେଇ ଦେଉ। #yqodia #yqodiapoetry #yqodiawriting #yqodiaquotes #yqodiabhaina
Rajeswari Rath
जिन्दगी को जीने के लिए एक साथी की जरूरत होती है। जीवनसाथी की जरूरत सबको है। #yqhindi #yqhindishayari #yqhindiquotes #yqhindiwriters #yqhindiwritings #yqodia #yqodiawriting
Rajeswari Rath
ମଣିଷ ସମସ୍ତ କାର୍ଯ୍ୟ ଜାଣି ନ ଥାଏ।କିନ୍ତୁ ପ୍ରତ୍ୟେକ ମଣିଷ ପାଖରେ ଗୋଟିଏ ପ୍ରତିଭା ନିଶ୍ଚିତ ଥାଏ।ସେହି ପ୍ରତିଭାକୁ ଚିହ୍ନି ନିଜ ଜୀବନରେ ପ୍ରୟୋଗ କରିବେ,ଆପଣଙ୍କୁ ଏକ ଅଦ୍ଭୁତ ସୁଖର ଅନୁଭୂତି ହେବ ଯେତେବେଳେ ଆପଣ ସଫଳତାର ପାହାଚରେ ପାଦ ପକାଇଥିବେ। ପ୍ରତିଭା #yqodia #yqodiawritingyourquote #yqodiabhaina #yqodiawriting
Rajeswari Rath
"ଦୁହିତା" କରଇ ଯିଏ ଦୁଇ କୁଳର ହିତ ଚିନ୍ତା, ଅଗ୍ନି ପରୀକ୍ଷା ଦେଇ ମଧ୍ଯ ହାରିଗଲେ ସୀତା।। ରଖିଛି ମୋ ମନରେ ଭରି କେତେ ଯେ ଆଶା, ପୁଣି ଡର ଲାଗେ ଭାଙ୍ଗି ଯିବ ନାହିଁ ତ ମୋ ଭରସା ।। ବିଶ୍ବାସରେ ଭରପୁର ସମ୍ପର୍କ ଆମର ରହୁ, ଯିବି ସାଜି ମୁଁ ତୁମ ଘରର ବୋହୂ ।। ରଖିବ ନାହିଁ କିଛି ଯେ ବ୍ୟଥା ମନରେ, ଖୋଲି କହିଦେବ ତୁମେ ମତେ ଥରେ ।। ସ୍ବପ୍ନ ଥିଲା ମୋର ଭଲ ବୋହୂଟିଏ ହୋଇ, ଚାଲିବି ସାଥିରେ ତୁମ ପାଦ ସହ ପାଦ ମିଶାଇ ।। ଶେଷରେ ତୁମଠାରେ ମୋର ଏତିକି ପ୍ରାର୍ଥନା, କେବେ ନ ଦେବ ମୋ ହୃଦୟରେ ଯାତନା ।। ଦୁହିତା- एक लडकी दो कूल की होती है और हित करती है।इसीलिए उसे दुहिता कहा जाता है। #yqodia #yqodiapoetry #yqodiaquotes #yqodiawriting #yqodiabhabana
Rajeswari Rath
ମଣିଷର କିଛି ଗୁଣ ଭଲ ଥାଏ ଏବଂ କିଛି ଗୁଣ ଖରାପ ଥାଏ।କିନ୍ତୁ ଜନ୍ମରୁ କେହି ଏହି ଗୁଣ ଆଣିଥାନ୍ତି ନାହିଁ।ସମାଜରୁ ହିଁ ଏହି ସମସ୍ତ ଗୁଣକୁ ସେମାନେ ଆଚରଣ କରିଥାନ୍ତି।ଯେଉଁମାନେ ଖରାପ ସଂଗତିରେ ପଡିଯାଆନ୍ତି ସେମାନେ କିଛି ଭୂଲ୍ କରିଦେଇଥାନ୍ତି ତାଙ୍କ ଜୀବନରେ ଏବଂ ସମୟ ମଧ୍ଯ ଦିନେ ଆସିବ ଓ ସେ ନିଜ ଭୂଲ୍ କୁ ବୁଝିବ ପଶ୍ଚାତାପ କରିବ।ସେହି ମଣିଷକୁ ଗୋଟିଏ ସୁଯୋଗ ନିହାତି ଦେବା ଦରକାର ଏବଂ ତାକୁ ଭଲ ମାର୍ଗକୁ ଆସିବା ପାଇଁ ସାହାଯ୍ୟ କରିବା ଉଚିତ୍। ମଣିଷ ବେଳେବେଳେ ପରିସ୍ଥିତିରେ ପଡି ଭୂଲ୍ ବାଟକୁ ଅଗ୍ରସର ହୋଇଥାଏ।ତେଣୁ ତାର ଗୁଣକୁ ବଦଳାଇବା ବିଷୟରେ ନିଶ୍ଚିତ ଥରେ ଭାବିବେ। ଗୁଣ #yqodia #yqodiapoetry #yqodiawriting