Nojoto: Largest Storytelling Platform

Best ଗୋଲାପ Shayari, Status, Quotes, Stories

Find the Best ଗୋଲାପ Shayari, Status, Quotes from top creators only on Nojoto App. Also find trending photos & videos about

  • 6 Followers
  • 6 Stories

jagamohan Pradhan

#ଗୋଲାପ #ଶୁଭେଚ୍ଛା #ପ୍ରେମ #nojato

read more
ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ
ପ୍ରିୟା ଖୋଜିଲାଣି ତୋତେ
ସକାଳୁ ସକାଳୁ ପ୍ରୀତିର ମହକ
ନେଇକି ଯିବୁ ତୋ ସାଥେ।
ପ୍ରୀତିର ମହକେ ମହକେଇ ଦବୁ
ପ୍ରିୟା ମନ ଜିଣି ଜାଇ
ହୃଦୟର କଥା କହି ଦବୁ ଯାଇ
ସକାଳ ଶୁଭେଚ୍ଛା ଦେଇ।

©jagamohan Pradhan #ଗୋଲାପ #ଶୁଭେଚ୍ଛା #ପ୍ରେମ #nojato

jagamohan Pradhan

#ଗୋଲାପ #ପ୍ରେମ #ପ୍ରେରଣା #jagamohan #odiawritings

read more

Adyasha Priyadarshini D

In this technological world a small tribute to the "LETTER" ।। ଚିଠି ଆଜି କାନ୍ଦୁଛି ।। ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ #poem #yourquote #yqbaba #letter #yqdidi #boostthyself #yopowrimo #ସ୍ମୃତି #ଜହ୍ନ #ରାତି #yqodia #Yqbhaina #ଗୋଲାପ #munodia

read more
।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ 
ପୁଣି ଥରେ ସାତ ସାଗର ପାରେ ଯିବାକୁ,
ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି ।

ସତେ ଆସିଗଲା ବାର୍ଦ୍ଧକ୍ୟ ତାର,
ଆଉ ନାହିଁ କଣ ସେ ଉନ୍ମାଦନା ଚିଠି ଲେଖାରେ,
ତାର ବାସ୍ନାରୁ କଣ ହଜିଯାଇଛି 
ପ୍ରେମର ସୁମଧୁର ସୁରଭି,
ଭଗ୍ନ ଏକ ସ୍ତୁପ ସାଜି ଚିଠି ଆଜି କାନ୍ଦୁଛି ।

ଶୋଇଛି ଯେମିତି ଗମ୍ଭୀରି ଘରେ
ମନରେ ଅନେକ ପ୍ରଶ୍ନ,
ସତେ କଣ ଦୁନିଆରେ ପ୍ରେମ ଆଉ କରୁନି କେହି,
ପ୍ରେମର ପହିଲି ଚିଠି ରେ ଆଉ କଣ ମଜା ନାହିଁ,
ମନେପଡେ ତାର,
ପାଉଡର ବୋଳା ସେହି ପାଠ ବହିର ପୃଷ୍ଠା,
ଚିଠି ପଢି କାନ୍ଦିଲା ବେଳର ସେଇ ଓଦା ତକିଆ ,
ସେଇ ପ୍ରେମିକର ସାହସ ଆଉ ପ୍ରେମିକାର ଲାଜ,
ସେହି ସ୍ମୃତି ସବୁକୁ ସାଉଣ୍ଟି,
ପୁଣି ଥରେ ଜିଇଁବାର ଆଶା ନେଇ,
ଅସୁସ୍ଥ ଏକ ରୋଗୀ ସାଜି ଚିଠି ଆଜି କାନ୍ଦୁଛି ।

ରାତିର ଅନ୍ଧାର ରେ ଚାରିଦିଗେ ବିଚ୍ଛୁରିତ,
ଜହ୍ନର ଜ୍ୟୋସ୍ନା କୁ ଦେଖି ଭାବୁଛି,
ସତେ ଯେମିତି କେହି ଦେଖୁ ନାହିଁ ସେ ଫୁଲେଇ ଜହ୍ନ କୁ,
ମନ କଣ ଉତ୍ଫୁଲ୍ଲିତ ହୁଏ ନାହିଁ କଳା ମେଘ ଦେଖି,
ଆଉ କଣ ଫୁଟୁ ନାହିଁ ବଗିଚାରେ ଗୋଲାପ ଫୁଲ,
ଆଉ କଣ ଜଳୁ ନାହିଁ ଛାତିରେ ପ୍ରେମ ର ନିଆଁ ଝୁଲ,
ଆଉ କଣ କେହି ଭୁଲୁ ନାହିଁ ବାଟ,
ଫେରିବାର ଆଶା ନେଇ,
ପଥହରା ପଥିକ ସାଜି ଚିଠି ଆଜି କାନ୍ଦୁଛି ।  In this technological world a small tribute to the "LETTER"

।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ

Subhasish Pradhan

ଗୋଲାପ 🌹 ------------- ମୋର ବହି ଥାକ ରେ ଥିବା ପୁରୁଣା ବହି ସବୁ ଆଜି ସଜାଡ଼ିଲା ବେଳେ ହଠାତ +୨ ସମୟ ର ଇତିହାସ ବହି ଉପରେ ଆଖି ଅଟକିଗଲା କିଛି ସମୟ ପାଇଁ । ନିରବି ଗଲି ବହିଟିକୁ ହାତରେ ଧରି, ମନର ଦରଜା ଖୋଲି ସ୍ମୃତି ସବୁ ଆସିବାକୁ ଲାଗିଲେ ମୋ ପାଖକୁ ଆଉ ମତେ ବାଧ୍ୟ କରିଦେଲେ ସେ ଇତିହାସ ବହିର ପୃଷ୍ଠା ସବୁ ଲେଉଟେଇବା ପାଇଁ । ଓଃ କଣ ବା କରିଥାନ୍ତି ମୁଁ ? ଧୀରେ ଧୀରେ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲି ଆଉ ହଠାତ ୭୨ ସଂଖ୍ୟା ପୃଷ୍ଠା ରେ ଆବିଷ୍କାର କଲି ଶୁଖିଯାଇଥିବା "ଗୋଲାପ" ଟି କୁ । ତାକୁ କିନ୍ତୁ ପୁଣିଥରେ ହାତରେ ଧରିବାର ସତ୍-ସାହସ ମୋର ନଥିଲା, ଲୁହ ଗୁଡ଼ା ଧୀରେ ଧୀରେ ଆଖି କୋଣରେ ଜକେଇ ଆସ #yqbaba #kp #ଓଡ଼ିଆ #କ୍ଷୁଦ୍ରଗଳ୍ପ #Yqbhaina #munodia

read more
ଗୋଲାପ 🌹
----------- ଗୋଲାପ 🌹
-------------

ମୋର ବହି ଥାକ ରେ ଥିବା ପୁରୁଣା ବହି ସବୁ ଆଜି ସଜାଡ଼ିଲା ବେଳେ ହଠାତ +୨ ସମୟ ର ଇତିହାସ ବହି ଉପରେ ଆଖି ଅଟକିଗଲା କିଛି ସମୟ ପାଇଁ । ନିରବି ଗଲି ବହିଟିକୁ ହାତରେ ଧରି, ମନର ଦରଜା ଖୋଲି ସ୍ମୃତି ସବୁ ଆସିବାକୁ ଲାଗିଲେ ମୋ ପାଖକୁ ଆଉ ମତେ ବାଧ୍ୟ କରିଦେଲେ ସେ ଇତିହାସ ବହିର ପୃଷ୍ଠା ସବୁ ଲେଉଟେଇବା ପାଇଁ । ଓଃ କଣ ବା କରିଥାନ୍ତି ମୁଁ ?  ଧୀରେ ଧୀରେ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲି ଆଉ ହଠାତ ୭୨ ସଂଖ୍ୟା ପୃଷ୍ଠା ରେ ଆବିଷ୍କାର କଲି ଶୁଖିଯାଇଥିବା "ଗୋଲାପ" ଟି କୁ ।
ତାକୁ କିନ୍ତୁ ପୁଣିଥରେ ହାତରେ ଧରିବାର ସତ୍-ସାହସ ମୋର ନଥିଲା, ଲୁହ ଗୁଡ଼ା ଧୀରେ ଧୀରେ ଆଖି କୋଣରେ ଜକେଇ ଆସ

ChittaranjanSahoo

#OneSeason #ଗୋଲାପ #nojotoodia #odia #kavita ©ଚିତ୍ତରଞ୍ଜନ ସାହୁ #Love

read more
ଗୋଲାପ ମୁଁ ତୁମକୁ ବହୁତ ଭଲପାଏ
ବହୁତ ! ବହୁତ !
ପଚାରିବନି କେତେ ?

ଉଁ.....  କେତେ ?

ଜହ୍ନ ନୀଳକଇଁକୁ,
ଭ୍ରମର କୁସୁମକୁ ଯେତେ ଭଲପାଏ
ତାଠୁ ଢ଼େର ଅଧିକ !

ସତରେ ?

ହଁ ! ନିରାଟ ସତ ପ୍ରିୟେ !

ଆଛା ! 
ମୋ ପାଇଁ ଗୋଟେ 
ସୁନ୍ଦର କୁସୁମ ଆଣିପାରିବ ?

ଅବଶ୍ୟ ପ୍ରିୟେ !

କିନ୍ତୁ ସେହି କୁସୁମ ଆଣିବ
ଯାହାର ପ୍ରତ୍ୟେକ ପାଖୁଡ଼ାରେ
ଅପୂର୍ବ ସୌନ୍ଦର୍ଯ୍ୟ ଲୁଚିରହିଥିବ।

--ଏ କଣ ମାଗିଦେଲ ପ୍ରିୟେ !
ହାରିଗଲି ପ୍ରିୟେ !
କେମିତି ଆଣିବି ସେମିତି ଏକ କୁସୁମ। 
ତୁମ ସୌନ୍ଦର୍ଯ୍ୟଭରା 
କୋମଳ ମୁହଁ ଆଗରେ
ଫିକା ଫିକା ଦିଶିବ 
ବ୍ରହ୍ମାଣ୍ଡର ପ୍ରତ୍ୟେକ 
କୁସୁମର ଏକଏକ ପାଖୁଡ଼ା ।

ଆଉ କିଛି ମାଗିପାର ପ୍ରିୟେ !

ନାଇଁ କୁସୁମ ଦରକାର।

ଠିକ ଅଛି ପ୍ରିୟେ !
ଆସୁଛି ସେମିତି ଏକ କୁସୁମକୁ ନେଇ !

ନିଅ ପ୍ରିୟେ !

ଓଃ .......
ଏ କଣ କଲ ପ୍ରିୟ !
ରୁଧିର ନଦୀ ବହୁଛି ପ୍ରିୟ 
ତୁମର ବକ୍ଷରୁ !

-ନିଅ ପ୍ରିୟେ ଏ କୁସୁମକୁ
ଅବଶ୍ୟ ଭଲ ଲାଗିବ
ମୋର ହୃଦୟର ସ୍ପନ୍ଦନରେ
କୁସୁମ ଉଜ୍ଜୀବିତ ଦିଶୁଥିବ ଚିରଦିନ
ଗ୍ରହଣ କର।

ପ୍ରିୟ ଏ କଣ କଲ ! ପ୍ରିୟ

©ChittaranjanSahoo #OneSeason #ଗୋଲାପ #nojotoodia #odia #kavita
©ଚିତ୍ତରଞ୍ଜନ ସାହୁ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile